ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନଭଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏହାସତ୍ୱେ ବି ସିଦ୍ଧୁ ଦଳର ସଦସ୍ୟ ହୋଇ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ପଞ୍ଜାବରେ ଆଜି ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯିବ। ସେଥିପାଇଁ ରାହୁଲ ଗାନ୍ଧୀ କେବଳ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂହ ଚନ୍ନୀଙ୍କ ସହ ଆଲୋଚନା କରି ଏହି ପଦକ୍ଷେପ ନେଇଛନ୍ତି। ଏହି ଆଲୋଚନାରେ କିନ୍ତୁ ସିଦ୍ଧଙ୍କୁ ସାମିଲ କରାଯାଇ ନାହିଁ। ପ୍ରଥମେ ବୈଠକରେ ସିଦ୍ଧୁଙ୍କୁ ଡକାଯାଇଥିଲେ ବି ରାହୁଲ ଶିମଲାରୁ ଫେରି ଯେଉଁ ବୈଠକ କରିଥିଲେ ସେଥିରେ ସିଦ୍ଧୁଙ୍କୁ ସାମିଲ କରାଯାଇ ନଥିଲା।