ନକ୍ସଲ ମୁକାବିଲା ବୈଠକରେ ନବୀନଙ୍କ ଦାବି

ଦିଲ୍ଲୀ,୨୬ା୮/ଏନ୍ଏନ୍ଏସ୍: ଦିଲ୍ଲୀରେ ମାଓ ଉପଦ୍ରୁତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ମୁଖ୍ୟ ଦାବି ଉପସ୍ଥାପନ କରିଛନ୍ତି। ବ୍ୟାଙ୍କି ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ମାଲକାନିଗିରି-ନବରଙ୍ଗପୁର ରେଳପଥ କାମ ତ୍ୱରାଦ୍ୱିତ କରିବା ଭଳି ପ୍ରମୁଖ ଦାବି ରଖିଛନ୍ତି। ନବରଙ୍ଗପୁର ଓ ମାଲକାନିଗିରିକୁ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେବା ସହ ପ୍ରକଳ୍ପର ଖର୍ଚ୍ଚ ଅଧା ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନକ୍ସଲ ମୁକାବିଲା ନେଇ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା ସମେତ ୧୧ ରାଜ୍ୟର ସ୍ଥିତି ସମୀକ୍ଷା କରାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୁଲିସ ଡିଜି ମଧ୍ୟ ଉପସ୍ଥିତ ଥିଲେ ।