ଜନ୍ମଦିନ ପାଳିବେନି ନବୀନ, ଅସହାୟଙ୍କ ନିକଟରେ ଜନ୍ମଦିନ ପାଳନ କରିବାକୁ ନିବେଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ଫାନି ବାତ୍ୟାରେ ରାଜ୍ୟରେ ବିପୁଳ କ୍ଷତି ହୋଇଥିବାରୁ ଏଥର ଜନ୍ମଦିନ ପାଳିବେନି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ତାଙ୍କର ଜନ୍ମଦିନ ଅବସରରେ ନବୀନ ନିବାସ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ସହ ପାଳନ କରିବା ପାଇଁ ନବୀନ କହିଛନ୍ତି।

ନବୀନ କହିଛନ୍ତି ଯେ ବାତ୍ୟା ଫାନିରେ ଓଡିଶା କ୍ଷତିଗ୍ରସ୍ଥ ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ମୋର ଜନ୍ମଦିନ ପାଳନ ନକରିବାକୁ ମୁଁ ନିଷ୍ପତ୍ତି ନେଇଛି। ଓଡିଶାବାସୀ ମୋର ପରିବାର । ସେମାନଙ୍କର ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ ପ୍ରେରଣା। ମୁଁ ବହୁତ ଖୁସି ଯେ ଆସନ୍ତାକାଲି ସାରା ରାଜ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ହେଉଛି।

ଆମ ଦଳର କର୍ମୀ ଭାଇଭଉଣାୀ ଓ ଶୁଭେଚ୍ଛୁ ମାନଙ୍କୁ ମୁଁ ନିବେଦନ କରୁଛି ଯେ ମୋର ଜନ୍ମଦିନ ପାଳନ କରିବାକୁ ନବୀନ ନିବାସ ନ ଆସି ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ଓ ସୋମଙ୍କ ପାଇଁ ଭଲ କାମ କିଛି କରନ୍ତୁ ବୋଲି ନବୀନ କହିଛନ୍ତି।