ପୁଣି ମୋଦୀ ପ୍ରଧାନମନ୍ତ୍ରୀ ହେବା ନେଇ ନବୀନଙ୍କ ସଙ୍କେତ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଅଣବିଜେପି ଦଳକୁ ଜୋରଦାର ଝଟକା ଦେଇ ନବୀନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଓ ସମର୍ଥନରେ ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ପୁରୀରେ ଆନ୍ତର୍ଜାତିକ ଏୟାରପୋର୍ଟ ପ୍ରସ୍ତୁତ ହୋଇଯିବ । ମୋଦୀ ଶ୍ରୀକ୍ଷେତ୍ର ଆସି ଏୟାରପୋର୍ଟ ଉଦଘାଟନ କରିବେ ।

ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଲହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ଭବିଷ୍ୟବାଣୀ । ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ପୁଣିଥରେ ବିଜେପିର ବିଜୟକୁ ନେଇ ନବୀନ ଆଶ୍ୱସ୍ତ ଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ବହୁବାର ବିଜେଡି ତରଫରୁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରାଯାଇଛି । ଏହାପୂର୍ବରୁ ନବୀନ ମେ’ ୧୧ରେ ଦିଲ୍ଲୀରେ ମୋଦୀଙ୍କୁ ଭେଟିଥିଲେ ।