ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଦେଖିଲେ ରଥଯାତ୍ରାର ସିଧାପ୍ରସାରଣ

ଭୁବନନେଶ୍ୱର, ଏନ୍ଏନ୍ଏସ୍: ଆଜି ପବିତ୍ର ଘୋଷଯାତ୍ରା । କଟକଣା ଓ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କେବଳ ସେବାୟତ ଓ ପୁଲିସ କର୍ମଚାରୀ ରଥ ଟାଣିଛନ୍ତି । ତେବେ ରଥଯାତ୍ରାର ସିଧାପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇ ପ୍ରଣାମ କରିଥିବା ଦେଖିବାକୁ ମିଳିଛି ।

ଏହାସହ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି, ‘ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି । ରଥାରୂଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି । ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ। ସବୁ ତାଙ୍କରି ଇଚ୍ଛା।’