କରୋନା ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : କରୋନା ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ଼ ଘୋଷଣା। କରୋନା ଚିକିତ୍ସା ବେଳେ ଜୀବନ ଗଲେ ମିଳିବ ୫୦ଲକ୍ଷ ଟଙ୍କା। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଲେ ମିଳିବ ୫୦ଲକ୍ଷ ଟଙ୍କା। ମୃତ୍ୟୁବରଣ କରିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ସହିଦ ମର୍ଯ୍ୟାଦା। ପରିବାରଙ୍କୁ ୫୦ଲକ୍ଷ ସହ ପେନସନ ମଧ୍ୟ ମିଳିବ । ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବ। ଡାକ୍ତରଙ୍କୁ ଆକ୍ରମଣ ନେଇ ଚରମ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ। ଡାକ୍ତର , ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ । ଡାକ୍ତରଙ୍କୁ ଆକ୍ରମଣ କଲେ , କାର୍ଯ୍ୟରେ ବାଧା ଦେଲେ କଡ଼ା କାର୍ଯ୍ୟାନୂଷ୍ଠାନ ନିଆଯିବ । ଡାକ୍ତରଙ୍କ ପ୍ରତି ଆକ୍ରମଣକାରୀଙ୍କ ବିରୋଧରେ ଏନଏସଏ ଲାଗୁ ହେବ। କରୋନା ଯୋଦ୍ଧାଙ୍କ ପଛରେ ସାରା ରାଜ୍ୟ ରହିଛି ବୋଲି କହିଲେ ରାଜ୍ୟ ସରକାର।