ଘରଭଡ଼ା ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଭାଇରସ୍(କୋଭିଡ-୧୯) ମୁକାବିଲା ପାଇଁ ଘର ଭଡ଼ା ଛାଡ଼ ବୋଲି  ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ଗରିବମାନଙ୍କୁ ଅନୁକମ୍ପା ପାଇଁ ଘର ମାଲିକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଘରଭଡ଼ା ସମ୍ପୂର୍ଣ୍ଣ ଛାଡ଼ କିମ୍ବା ୩ମାସ ବିଳମ୍ବ ପାଇଁ କହିଛନ୍ତି। ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ। ଲକ୍ ଡାଉନ୍ ସମୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସ୍ତନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମହାମାରୀ ବିରୋଧରେ ମିଳିତ ଭାବେ ଲଢ଼େଇ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।