ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୦,୭୮୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ସୁସ୍ଥ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି କି, ସମସ୍ତ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ। କରୋନା ମହାମାରୀ ଲଢ଼େଇ ଭିତରେ ଆଜି ଓଡ଼ିଶାରେ କରୋନା ସୁସ୍ଥ ସଂଖ୍ୟା ୫ ଲକ୍ଷ ପାର ହୋଇଛି। ତେଣୁ କୋଭିଡ ଯୋଦ୍ଧାମାନଙ୍କୁ ମୁଁ ସାଲୁଟ କରିବା ସହିତ ଏହି ଲକ୍ଷରେ ପହଞ୍ଚି ପାରିଥିବାରୁ ଧନ୍ୟବାଦ ଜଣାଉଛି।