ଅଷ୍ଟମ ଥର ଲାଗି ବିଜେଡି ସଭାପତି ହେଲେ ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ହେଲେ ବିଜୁ ଜନତା ଦଳର ସଭାପତି। ସେ ଅଷ୍ଟମ ଥର ଲାଗି ବିଜେଡିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଏହି ଘୋଷଣା କରିଛନ୍ତି।

ଭୁବନେଶ୍ୱର ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ କହିଛନ୍ତି ଯେ ନିର୍ବାଚନରେ ଲଢ଼େଇ କରିବାକୁ ନୁହେଁ ବରଂ ଲୋକଙ୍କ ସେବା କରିବା ଓ ହୃଦୟ ଜତିବା ପାଇଁ ମୋର ଲଢ଼େଇ। ଲୋକଙ୍କ ସେବା ପାଇଁ ବିଜେଡି ଲଢ଼େ ବୋଲି ନବୀନ ପଚ୍ଚନାୟକ କହିଛନ୍ତି।