ପିପିଲିରେ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ନିର୍ବାଚନୀ ପ୍ରଚାର ପାଇଁ ମୈଦାନକୁ ଯିବେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ପ୍ରତାପ ଦେବଙ୍କ ଘରେ ବସିଥିବା ବିଜେଡି ବୈଠକ ପରେ ଏହି ସୂଚନା ଦିଆଯାଇଛି। ସେହିପରି ମତଦାନକୁ ଅଳ୍ପଦିନ ଥିବାରୁ ପ୍ରଚାର ଜୋରଦାର ହେବ। ଭଲ ବ୍ୟବଧାନରେ ପିପିଲିରେ ବିଜେଡି ବାଜିମାତ କରିବ ବୋଲି କହିଛନ୍ତି ବିଧାୟକ ସୁଶାନ୍ତ ସିଂହ।

ପିପିଲି ଉପନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯେଉଁଥିରୁ ୩ ଜଣଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଥିବା ବେଳେ ଶେଷ ଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଫଳରେ ନିର୍ବାଚନ ମଇଦାନରେ ଏବେ ମୋଟ ୧୦ ଜଣ ପ୍ରାର୍ଥୀ। ତେବେ ଚୂଡାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାଁ ସ୍ପଷ୍ଟ ହେବା ପରେ ପୋଷ୍ଟାଲ ବାଲଟ ତିଆରି କାମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ମେ’ ୨ରେ ଫଳାଫଳ ଘୋଷଣା ହେବ।