ଟୋକନ ବ୍ୟବସ୍ଥାକୁ ବିରୋଧ: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଗୁରୁବାର ରାଜଧାନୀ ରାଜରାସ୍ତାରେ ଗର୍ଜିଛନ୍ତି ଚାଷୀ । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଲୋୟର ପିଏମଜି ଠାରେ ବିଶାଳ ଚାଷୀ ସମାବେଶ ହୋଇଥିଲା । ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ଚାଷୀ ମାନେ ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାଇଥିଲେ । ତେବେ ଶିଶୁ ଭବନ ଛକରେ ପୋଲିସ୍ ଆନେ୍ଦାଳନକାରୀ ଚାଷୀଙ୍କୁ ଅଟକାଇଥିଲା । ଏହି ସମୟରେ ପୋଲିସ୍ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ ଚାଷୀ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦଙ୍କ ସମେତ ବହୁ ସଂଖ୍ୟାରେ ଚାଷୀଙ୍କୁ ଅଟକ ରଖିଛି ।

ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି ପଶ୍ଚିମ ଓଡ଼ିଶାର ଚାଷୀମାନେ ଟୋକନ୍ ପ୍ରତ୍ୟାହାର ପାଇଁ ଆନେ୍ଦାଳନ କରୁଛନ୍ତି । ଏହା କେବଳ ପଶ୍ଚିମ ଓଡ଼ିଶାର ଆନେ୍ଦାଳନ ନୁହେଁ । ଏହା ପୂରା ଓଡ଼ିଶାର ଆନେ୍ଦାଳନ । ଚାଷୀାମନେ ଦୀର୍ଘ ଦିନ ହେଲା ଏହାକୁ ବିରୋଧ କରୁଛନ୍ତି ମାତ୍ର ସରକାର ଶୁଣୁ ନାହାନ୍ତିି । ସେଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବାକୁ ଯାଇଥିଲୁ ବୋଲି ସେ କହିଛନ୍ତି ।