ଗିରି ଗୋବର୍ଦ୍ଧନ ପୂଜାରେ ଯୋଗଦେଲେ ନବୀନ ଜୈନ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ସମେତ ସଇଁନ୍ତଲା ବ୍ଲକର କରମତଲା, ଡୁଙ୍ଗୁରିପାଲି, ଟିଟିଲାଗଡ଼ ବ୍ଲକ ଶିକେର, ଜଗୁଆ, କେନ୍ଦୁମୁଣ୍ଡି, ମାଳିଝର, ଡେଙ୍ଗପଦର ଭଳି ଅନେକ ସ୍ଥାନରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ ଦେଖାଦେଇଛି। ଲୋକଙ୍କ ଆକର୍ଷଣ ପାଇଁ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପିର ବରିଷ୍ଠ ନେତା ନବୀନ ଜୌନ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଛନ୍ତି।