ତାଳି ମାରି, ଘଣ୍ଟ ବଜାଇ କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ଅନ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି କରୋନା ମହାମାରୀର ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘର ଛାତ ଉପରକୁ ଆସି ତାଳି ମାରିବା ସହ ଘଣ୍ଟ ବଜାଇ ଥିଲେ। କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ଅନ୍ୟ କର୍ମୀୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଘୋଷଣା ଦିନ ନବୀନ ଅହ୍ଵାନ ଦେଇଥିଲେ, ଗୋଟିଏ ଦେଶ ହୋଇ ସମସ୍ତେ ଏକାଠି ହୁଅ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲକୁ ସମର୍ଥନ କର।

ଏଥିସହ ଅସାଧାରଣ ପରିସ୍ଥିତ ପାଇଁ ଅସାଧାରଣ ପ୍ରତିକ୍ରିୟା ଆବଶ୍ୟକ ଵୋଲି କହିଥିଲେ। କୋଭିଡ୍‌ ୧୯ ସମଗ୍ର ମାନବ ସଭ୍ୟତା ପାଇଁ ବିପଦ। ଏହାପରେ ରାଜ୍ୟ ସରକାର ଲକ୍‌ ଡାଉନ ଭଳି ଅସାଧାରଣ ପଦକ୍ଷେପ ନେଇଛନ୍ତି।