୮ରୁ ଜାତୀୟ ଏମଏସଏମଇ ଟ୍ରେଡ୍ ଫେୟାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୮ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରେ ଜାତୀୟ ଏମଏସଏମଇ ମେଳା ଉଦଘାଟିତ ହେବ । ଏହା ୫ ଦିନ ଧରି ଚାଲିବ । ଏଥିରେ ବିଭିନ୍ନ ରାଜ୍ୟର ଏମଏସଏମଇ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ । ବାଲାଂଦେଶ ଓ ଇରାନର ଶିଳ୍ପୋଦ୍ୟୋଗୀ ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ଯନ୍ତ୍ରପାତି ଓ ଉôପାଦିତ ସାମଗ୍ରୀ ପ୍ରଦର୍ଶିତ କରିବେ । ବାଲାଂଦେଶରୁ ୧୦ ଜଣ ଓ ଇରାନ ରୁ ୨୦ ଜଣ ଶିଳ୍ପୋଦ୍ୟୋଗୀ ଏଥିରେ ଭାଗ ନେବେ । ରାଜ୍ୟ ଏମଏସଏମଇ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଏହି ଜାତୀୟ ଟ୍ରେଡ୍ ଫେୟାର ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ । ଚଳିତ ଥର ଏହି ଫେୟାର ନାମ ହେବ “ଏମଏସଏମଇ ଫୋକସ୍ – ୨୦୨୦” । ୧୧ଟି ପଛୁଆ ଜିଲ୍ଲା ଗୁଡିକରୁ ୫ ଜଣ ଲେଖାଏଁ ଶିଳ୍ପୋଦ୍ୟୋଗୀଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରାଯିବ ।

ବିଭାଗୀୟ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଏଥିରେ ୧୨୮ଟି ଷ୍ଟଲ ଖୋଲାଯାଇ ଏମଏସଏମଇ ଉପାଦିତ ସାମଗ୍ରୀ ପ୍ରଦର୍ଶିତ ହେବ । ୨୦ ବର୍ଷରେ ୮୦ ହଜାର ଏମଏସଏମଇ ଶିଳ୍ପ ଉପାଦିତ ହୋଇଛି । ଏଥିମଧ୍ୟରୁ ୬୦ ହଜାର ଜଣ ସରକାରଙ୍କ ଠାରୁ ସହାୟତା ନେଇଛନ୍ତି । ହିଂଜିଳିରେ ଏମଏସଏମଇ ପାର୍କ କରାଯାଇଛି ।