ଜାତୀୟ ସ୍ତରୀୟ ବେଂଚ୍ ପ୍ରେସ୍ ପ୍ରତିଯୋଗିତାରେ ସତ୍ୟ ପାଣି ପ୍ରଥମ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ପୌର ପରିଷଦ ଜିମର ସତ୍ୟ ନାରାୟଣ ପାଣି ଜାତୀୟ ସ୍ତରୀୟ ବେଂଚ୍ ପ୍ରେସ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଝାଡ଼ଖଣ୍ଡର ଜାମସେଦପୁରରେ ଆୟୋଜିତ ପ୍ରତିଯୋଗିତାରେ ଶ୍ରୀ ପାଣି ୮୩ କିଲୋଗ୍ରାମ ମାଷ୍ଟର୍ସ ବିଭାଗରେ ଭାଗ ନେଇ ୧୩୦ କିଲୋଗ୍ରାମ ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତେବେ ଜିମର ସମ୍ପାଦକ ଭବାନୀ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ଓଡିଶାରୁ ମୋଟ ୫୧ ଜଣ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି।