ଆମେ ଯେକୌଣସି ଆହ୍ୱାନ ପାଇଁ ପ୍ରସ୍ତୁତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦାଖରେ ଚୀନ୍ ସହିତ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ. ଭଦୋରିଆ ଆୟୋଜିତ ପ୍ରେସମିଟରେ ବଡ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ ଚୀନ ଓ ପାକିସ୍ତାନ ସହିତ କୌଣସି ବି ବିବାଦର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନା ପୁରା ପ୍ରସ୍ତୁତ ଅଛି। ତେବେ ଭବିଷ୍ୟତରେ ହେବାକୁ ଥିବା କୌଣସି ବି ସଂଘର୍ଷରେ ଭାରତର ବାୟୁ ଶକ୍ତି ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେବ।

ସେହିପରି ଲଦାଖ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ, ଆମେ ସମସ୍ତ ଆବଶ୍ୟକୀୟ ସ୍ଥାନରେ ନିୟୋଜିତ ରହିଛୁ, ଏବଂ ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ। ଆମ ଚାରିପାଖରେ ସୃଷ୍ଟି ହୋଇଥିବା ପରିସ୍ଥିତି ଦର୍ଶାଇଛି ଯେ ସେନାକୁ ଦୃଢ଼ ଏବଂ ପ୍ରସ୍ତୁତ ରହିବ ଆବଶ୍ୟକ। ତେଣୁ ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଭାରତୀୟ ବାୟୁସେନା ସର୍ବୋତ୍ତମ ବାହିନୀ ମଧ୍ୟରୁ ଅନ୍ୟତମ। ଚୀନ୍ ମଧ୍ୟ ଆମର ଶକ୍ତି ବୁଝିଛି। ସେ କହିଛନ୍ତି ଯେ ରେକର୍ଡ ସମୟରେ ଅପରେସନ୍ ପାଇଁ ଆମେ ରାଫେଲ, ଚିନୁକ୍, ଆପାଚେ ପ୍ରସ୍ତୁତ କରିଛୁ।