ନୂଆଦିଲ୍ଲୀ,ଏଜେନ୍ସି: ବ୍ୟାଙ୍କ ମିଶ୍ରଣକୁ ସରକାରଙ୍କ ପକ୍ଷରୁ ମଞଜୁର ମିଳିଥିବା ବେଳେ ଆସନ୍ତା ଏପ୍ରିଲ ୧ରୁ ଦେଶକୁ ୪ଟି ନୂଆ ଓ ବଡ଼ ସରକାରୀ ବ୍ୟାଙ୍କ ମିଳିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି। ବ୍ୟାଙ୍କ ମିଶ୍ରଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଦେଶରେ ଥିବା ୧୦ଟି ବ୍ୟାଙ୍କକୁ ଭାଙ୍ଗି ସରକାର ୪ଟି ନୂଆ ବ୍ୟାଙ୍କ ଗଠନ କରିବେ ବୋଲି ଘୋଷଣା କରିଥିଲେ।
ନିଷ୍ପତ୍ତି ଅନୁଯାୟୀ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସିଣ୍ଡିକେଟ୍ ବ୍ୟାଙ୍କକୁ କାନାଡା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ସହିତ ଇଣ୍ଡିଆନ୍ ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କ-କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶ୍ରଣ କରାଯିବ।
୨୦୧୭ ମସିହାରେ ଦେଶରେ ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଥିଲା। କିନ୍ତୁ ଗତ ୨ ବର୍ଷରେ ଏହି ବ୍ୟାଙ୍କ ସଂଖ୍ୟା ୨୭ରୁ ୧୨କୁ ହ୍ରାସ ପାଇଛି।