ଭିସୁଟ୍ ଏଟିଭିକୁ ଜାତୀୟ ପୁରସ୍କାର

ସମ୍ବଲପୁର,ଏନ୍ଏନ୍ଏସ୍ : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ‘ଅଲ୍ ଟ୍ୟାଲେଣ୍ଟ ଭେହିକିଲ -ଏଟିଭି’ ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ପଞ୍ଜାବର ଚିଟକାରା ବିଶ୍ୱବିଦ୍ୟାଳୟ ଠାରେ ଏସଏଇ, ମହିନ୍ଦ୍ରା ଏବଂ ଏଆରଏଆଇ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଭିସୁଟ୍ର ୧୩୩ କିଲୋଗ୍ରାମ ଓଜନର ସବୁଠାରୁ କମ୍ ଓଜନର ଏହି ଯାନ ଉପସ୍ଥାପନ କରାଯାଇଥିଲା ।

ଉତ୍ତମ ଡିଜାଇନ ଏବଂ ଅନ୍ୱେଷଣ ପାଇଁ ଏହାକୁ ବିଭିନ୍ନ ବର୍ଗରେ ପ୍ରଥମ ପୁରସ୍କାର ମିଳିଛି। ସେହିପରି କମ୍ପ୍ୟୁଟର ଆଧାରିତ ଜ୍ଞାନ କୌଶଳ ଓ ପରିବେଶ ଅନୁକୂଳତା ପାଇଁ ମଧ୍ୟ ଏହି ଯାନ ପୁରସ୍କୃତ ହୋଇଛି। କ୍ୟାପଟେନ ଶୋଭନ ରାଜ ପାତ୍ରଙ୍କ ନେତୃତ୍ୱରେ ବିଭାଗର ୨୧ ଜଣିଆ ଟିମ୍ ୧.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଓ ଟ୍ରଫି ହାସଲ କରିଛନ୍ତି। ଆଇଓକେଇରୁ ଆଇଓକେଇ-୯ ପର୍ଯ୍ୟନ୍ତ ବିକାଶିତ ହେଉଥିôବା ଏହି ଏଟିଭିରେ ଛାତ୍ରଛାତ୍ରୀଙ୍କ ଜ୍ଞାନକୌଶଳ ପ୍ରୟୋଗରୁ ଦିନକୁ ଦିନ ଆହୁରି ଉନ୍ନତ ଓ ପ୍ରଶଂସିତ ହେବାରେ ଲାଗିଛି। ଥର୍ମୋ ଇଲେକ୍ଟ୍ରିକ୍ ଓ ରିଜେନେରେଟିଭ ସସପେନସନ ସହିିତ ଟ୍ରାନ୍ସମିଶନର କୁଲିଂ ଦିଗରେ ଏହି ପ୍ରକଳ୍ପ ଅଗ୍ରସର ହୋଇଥିବା ବିଭାଗର ବୀର୍ଶ୍ ରେସିଂ ନାମକ ଏହି ଏଟିଭି ରେକର୍ଡ ହାସଲ କରିଛି।