ଉତ୍ତରପ୍ରଦେଶର ସବୁ ମଦରସାରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସବୁ ମଦରସାରେ ଆଜିଠୁ ପ୍ରତିଦିନ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ କରାଯାଇଛି । ଏନେଇ ଉତ୍ତରପ୍ରଦେଶ ମଦରାସା ଶିକ୍ଷା ବୋର୍ଡର ରେଜିଷ୍ଟାର ଏନଏସ ପାଣ୍ଡେ ମେ’ ୯ରେ ସବୁ ଜିଲ୍ଲାର ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀଙ୍କୁ ଆଦେଶ ଜାରି କରିଥିଲେ ।

ଏନଏସ ପାଣ୍ଡେ କହିଛନ୍ତି ଯେ, ରମଜାନ ମାସରେ ମାର୍ଚ୍ଚ ୩୦ରୁ ମେ’ ୧୧ ପର୍ଯ୍ୟନ୍ତ ମଦରସାରେ ଛୁଟି ଘୋଷଣା କରାଯାଇଥିଲା । ମେ’ ୧୨ରୁ କ୍ଲାସ ଖୋଲିଥିବାରୁ ଆଜିଠୁ ହିଁ ଏହି ନିୟମ ଲାଗୁ ହେବ । ଜିଲ୍ଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀ ନିୟମିତ ରୂପେ ଏହି ନିିୟମ ପାଳନ ହେଉଛି କି ନାହିଁ ତଦାରଖ କରିବେ ।