ନୂଆଦିଲ୍ଲୀ,ଏଜେନ୍ସି: ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଆଶ୍ୱସ୍ତି ଖବର ମିଳିପାରେ। ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ଦେଶରେ ୨୩ ମାସ ହେବ ଲାଗିଥିବା କଟକଣାକୁ ଖୁବ୍ ଶୀଘ୍ର ଶେଷ କରିବାକୁ ଯାଉଛନ୍ତି।
ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ରିପୋର୍ଟ ଅନୁସାରେ ସରକାର ଦେଶରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ପୁଣି ଥରେ ଆରମ୍ଭ କରିପାରନ୍ତି। ଆଶା କରାଯାଉଛି ଯେ, ମାର୍ଚ୍ଚ ୧ ତାରିଖ ଠାରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇପାରେ।
ସୂଚନାଯୋଗ୍ୟ, କରୋନା ଭାଇରସ କାରଣରୁ ସରକାର ୨୦୨୦ରେ ସମସ୍ତ ପ୍ରକାରର ନିୟମିତ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି। ପରେ ଘରୋଇ ବିମାନ ଉଡାଣ ଉପରୁ କଟକଣା ଉଠାଇ ଦେଇଛନ୍ତି। କିନ୍ତୁ ନିୟମିତ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଏବେବି କଟକଣା ଜାରି ରହିଛି।