ନାସିକ ହସ୍ପିଟାଲରେ ଅକ୍ସିଜେନ ଲିକ୍: ୨୨ ମୃତ

ନାସିକ: ମହାରାଷ୍ଟ୍ରର ନାସିକସ୍ଥିତ ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ଲିକ ହୋଇ ୨୨ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ନାସିକ ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି। ଅକ୍ସିଜେନ ଟ୍ୟାଙ୍କ ଲିକ ଯୋଗୁ ସପ୍ଲାଏ ବନ୍ଦ ହେବାରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ଅଧିକାରୀ ସ୍ପଷ୍ଟ କରିଛନ୍ତି। ସମସ୍ତ ମୃତକ ଭେଣ୍ଟିଲେଟରରେ ଥିଲେ। ଉକ୍ତ ଘଟଣାର ତଦନ୍ତ କରାଯିବ ବୋଲି ମହାରାଷ୍ଟ୍ରର ଏଫଡିଏ ମନ୍ତ୍ରୀ ରାଜେନ୍ଦ୍ର ସିଙ୍ଗାନେ କହିଛନ୍ତି।