୨୨ରେ ମୋଦୀଙ୍କ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୨ ତାରିଖରେ ନିର୍ବାଚନୀ ରାଜ୍ୟ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ। ଆଉ ତୈଳ ଓ ରନ୍ଧନ ଗ୍ୟାସ ସହ ରେଳ ସମ୍ବନ୍ଧୀୟ ଅନେକ ଯୋଜନାର ଲୋକାର୍ପଣ କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ବୟାନ ମୁତାବିକ, ସୋମବାର ମୋଦୀ ପ୍ରଥମେ ଆସାମାର ଧୋମାଜୀରେ ଆୟୋଜିତ ଏକ ସମ୍ମିଳନୀରେ ତୈଳ ଓ ଗ୍ୟାସ କ୍ଷେତ୍ରର ମହତ୍ତ୍ୱପୂର୍ଣ୍ଣ ଯୋଜନା ରାଜ୍ୟକୁ ସମର୍ପିତ କରିବେ। ପରେ ପଶ୍ଚିମବଙ୍ଗର ହୁଗୁଳିରେ ଅନେକ ରେଳ ଯୋଜନା ଲୋକାର୍ପଣ କରିବେ।