ମୋଦି ସରକାର ୫ ବର୍ଷରେ ୫୦ ବଡ ନିଷ୍ପତି ନେଇଛନ୍ତି : ଅମିତ୍ ଶାହା

ନୂଆଦିଲ୍ଲୀ , ୨୦୧୩ ମସିହାରେ ଭ୍ରଷ୍ଟାଚାର ଚରମ ସୀମାରେ ଥିଲା । ସୀମାରେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିଲା , ଆଭ୍ୟନ୍ତରୀଣ ସୁରକ୍ଷା ବିପର୍ୟ୍ୟସ୍ତ ଥିଲା ଏବଂ ସବୁ ମନ୍ତ୍ରୀ ନିଜକୁ ହିଁ ପ୍ରଧାନମନ୍ତ୍ରୀ ଭାବୁଥିଲେ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ବିରୋଧୀଙ୍କୁ କଡା ଜବାବ୍ ଦେଇ କହିଛନ୍ତି ।

ସେ କହିଛନ୍ତି ଯେ ସେତେବେଳେ ସମସ୍ତ ମନରେ ପ୍ରଶ୍ନ ଉଠୁଥିଲା ଯେ ଦେଶ କେଉଁ ଦିଗରେ ଯିବ । କିନ୍ତୁ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କ ମନରେ ବିଶ୍ୱାସ ଜାତ ହେଲା । ପୂର୍ବ ସରକାର ମାନେ ୩୦ ବର୍ଷରେ ୫ ଟି ବଡ ନିଷ୍ପତି ନେଇଥିଲେ କିନ୍ତୁ ମୋଦି ସରକାର ୫ ବର୍ଷରେ ୫୦ଟି ବଡ ଓ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ।

ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ମ୍ୟାନେଜମେଂଟ ଆସୋସିଏସନ୍ (ଏଆଇଏମଏ)ର ୪୬ତମ ସମ୍ମିଳନୀରେ ଯୋଗ ଦେଇ ଅମିତ୍ ଶାହା କହିଥିଲେ ଯେ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ମୋଦିଙ୍କ ଜନ୍ମଦିନ ପୂରା ଦେଶବାସୀଙ୍କ ବାଇଁ ଶୁଭ ଅଟେ କାରଣ ନରେନ୍ଦ୍ର ମୋଦି ହିଁ ଲୋକଙ୍କ ମନରେ ବିଶ୍ୱାସ ଜଗାଇପାରିଛନ୍ତି ଯେ ଆପଣଙ୍କ ସହଯୋଗରେ ହିଁ ଏକବିଂଶ ଶତାବ୍ଦୀ ଭାରତର ହୋଇପାରିବ ।

ସେ ଆହୁରି କହିଛନ୍ତି ଯେ ଜଣେ ବ୍ୟକ୍ତି ଏକାକୀ କିଛି ନକରିପାରନ୍ତି କିନ୍ତୁ ଯଦି୧୩୦ କୋଟି ଜନତା ଗୋଟିଏ ଗୋଟିଏ ପାଦ ଆଗକୁ ବଢାନ୍ତି ତେବେ ଦେଶ ୧୩୦ କୋଟି ପାଦ ଆଗକୁ ବଢିପାରିବ । ପ୍ରଧାନମନ୍ତ୍ରୀ ମୋଦି ନ୍ୟୁ ଇଣ୍ଡିଆର ଯେଉଁ କଳ୍ପନା କରିଛନ୍ତି ସେଥିରେ ସବୁ ବର୍ଗର ଉନ୍ନତି ହୋଇପାରିବ । ସବକା ସାଥ୍ ସବକା ବିକାଶ ର ଆଧାରରେ ନ୍ୟୁ ଇଣ୍ଡିଆର ପରିକଳ୍ପନା ସିଦ୍ଧ ହୋଇପାରିବ । ଆମକୁ ଏହା ଭାବିବାକୁ ପଡିବ ଯେ ଆମେ କେଉଁଠି ପହଂଚିଲେ ଏବଂ କେଉଁ ପର୍ୟ୍ୟନ୍ତ ଯିବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ।

ଗୃହମନ୍ତ୍ରୀ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ସମ୍ପର୍କରେ ସୂଚନା ଦେଇ କହିଲେ ଯେ ଗତ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଣ୍ଡଳର ବୈଠକରେ ଜମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ନେଇ ନିଷ୍ପତି ନେଇଥିଲେ । ଅଗଷ୍ଟ ୫ରୁ ନେଇ ଆଜି ପର୍ୟ୍ୟନ୍ତ କାଶ୍ମୀରରେ ଗୋଟିଏ ବି ଗୁଳି ଚଳାଇବାକୁ ପଡିନାହିଁ କି ଜଣେ ବି ବ୍ୟକ୍ତିିଙ୍କର ମୃତ୍ୟୁ ଘଟିନାହିଁ । କାଶ୍ମୀରରେ ଶାନ୍ତିର ମାହୋଲ ରହିଛି ଏବଂ ଯେ କେହି ସେଠାକୁ ସହଜରେ ଯାଇପାରିବେ ।

ମୋଦି ସରକାର ୫ ବର୍ଷରେ ୫୦ ବଡ ନିଷ୍ପତି ନେଇଛନ୍ତି : ଅମିତ୍ ଶାହା
ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଥିଲେ ଯେ ଜିଏସଟି ଲାଗୁ କରିବାକୁ ଯେତେବେଳେ ନିଷ୍ପତି ନିଆଗଲା ବହୁ ଲୋକ ଏହା ଉପରେ ଆଲୋଚନା କରୁଥିଲେ । ଆଜି ସେହି ବ୍ୟକ୍ତିମାନେ ଏହାର ପ୍ରଶଂସା କରୁଛନ୍ତିି । ପାଂଚ ବର୍ଷରେ ବହୁଥର ଏକ ଲକ୍ଷ କୋଟି ରୁ ବି ଅଧିକ ରାଜସ୍ୱ ଆଦାୟ ହୋଇସାରିଛି । ୬୦ ଲକ୍ଷରୁ ୯୫ ଲକ୍ଷ ପର୍ୟ୍ୟନ୍ତ କରଦାତାଙ୍କ ରେଜିଷ୍ଟ୍ରେସନ୍ କରାଯାଇ ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥାକୁ ସଫଳ କରାଯାଇପାରିଛି ।

ସେ ଆହୁରି କହିଥିଲେ ଯେ ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଗଲା ସେତେବେଳେ ଏହାର ପ୍ରତ୍ୟେକ ବିନ୍ଦୁ ଉପରେ ଗଭୀର ବିଚାର କରାଗଲା । ଆସେ ସେତେବେଳେ ବି ଦୃଢତାର ସହିତ କହୁଥିଲୁ ଯେ ଦେଶର ସୁରକ୍ଷା ସହିତ ଗୋଟିଏ ଇଂଚ୍ ବି ସାଲିସ୍ କରାଯିବ ନାହିଁ । ଏହିଦୃଢ ନିଶ୍ଚୟ ସହିତ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା ।

ସେହିପରି ଯେତେବେଳେ ଏୟାର ଷ୍ଟ୍ରାଇକ୍ ହୋଇଥିଲା ଦୁନିଆ ମାନିଲା ଯେ ଏହା ଭାରତର ରକ୍ଷା ନୀତି । ପ୍ୟାରିସ୍ ରେ ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତନ ସମ୍ମିଳନୀରେ ଯେତେବେଳେ ସମସ୍ତେ ବିଫଳ ହୋଇଯାଇଥିଲେ ମଂଚରୁ କୁହାଯାଉଥିଲା ଯେ ଏହାର ରାସ୍ତା କେବଳ ଭାରତ ଦେଖାଇପାରିବ । ଏହା ଦେଶ ପାଇଁ ଗୌରବର ବିଷୟ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁନିଆର ୮ ଟି ଦେଶ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି । ଏହି ସମ୍ମାନ ମୋଦି କିମ୍ବା ବିଜେପିର ନୁହେଁ ଏ ସମ୍ମାନର ଦେଶର ୧୩୦ କୋଟି ଜନତାଙ୍କର ।

ଶ୍ରୀ ଶାହା କହିଥିଲେ ଯେ ଭାରତ ୫ ଟ୍ରିଲିୟନ୍ ଡଲାରର ଅର୍ଥ ବ୍ୟବସ୍ଥା ସହିତ ବିଶ୍ୱର ତୃକୀୟ ବୃହତ୍ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ମୋଦି ସରକାର ଉଦୌଗିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ଚାହୁଛନ୍ତି । ଆଜି ଷ୍ଟାର୍ଟଅପ୍ ପାହଇଁ ସରକାର ଯାହା କରିଛନ୍ତି ତାହା ପୂର୍ବର କୌଣସି ସରକାର କରିନଥିଲେ । ୧୫ ବର୍ଷ ପରେ ଭାରତ ପାଖରେ ମଧ୍ୟ ଗୁଗୁଲ୍ ଓ ଫେସ୍ ବୁକ୍ ଭଳି ଷ୍ଟାଟ୍ ଅପ୍ ଥିବ ବୋଲି ଶ୍ରୀ ଶାହା ଆଶା ପ୍ରକଟ କରିଛନ୍ତି ।