ନରେନ୍ଦ୍ର କୁମାର ଦାଶଙ୍କୁ ଇଣ୍ଡିଆନ୍ ଆଚିଭର୍ସ ଆୱାର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଡଭୋକେଟ୍ ନରେନ୍ଦ୍ର କୁମାର ଦାଶଙ୍କୁ ଚଳିତ ବର୍ଷ ସମ୍ମାନଜନକ ଇଣ୍ଡିଆନ୍ ଆଚିଭର୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଗତ ୧୮ ତାରିଖରେ ଇଣ୍ଡିଆନ୍ ଆଚିଭର୍ସ ଫୋରମ୍ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ୪୯ତମ ବାର୍ଷିକ ସମ୍ମିଳନୀରେ ଶ୍ରୀ ଦାଶଙ୍କୁ ଏହି ସମ୍ମାନ ମିଳିଛି। ଭାରତୀୟ ଅର୍ଥନୀତି ଏବଂ ସମାଜର ଉନ୍ନତି ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଶ୍ରୀ ଦାଶଙ୍କୁ ଏହି ସମ୍ମାନ ମିଳିତିବା ଜଣାପଡିଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ୍ ରେଡ୍ଡୀ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ବିରେନ୍ଦ୍ର କୁମାର, ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା, ବୈଷୟିକ ଶିକ୍ଷା ପରିଷଦର ଅଲ ଇଣ୍ଡିଆ ଚେୟାରମ୍ୟାନ ଡ. ଅନିଲ ସହସ୍ର ବୁଦେ୍ଧ ଯୋଗ ଦେଇଥିଲେ।