ବିଜେପିକୁ ନରସିଂହଙ୍କ ଟାର୍ଗେଟ୍

ଭୁବନେଶ୍ୱର: ମଣ୍ଡିରୁ ଚାଷୀର ଧାନ ନଉଠିବା, କଟନୀ ଛଟନୀ ପ୍ରତିବାଦରେ ଆଜି ରାଜ୍ୟ ବିଜେପି ପକ୍ଷରୁ ସମ୍ବଲପୁର ଠାରେ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଇତିମଧ୍ୟରେ ରାଜ୍ୟରୁ ଏଫସିଆଇ ଉଷୁନା ଚାଉଳ ନକିଣିବାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି କି ଚାଷୀଙ୍କ ସ୍ୱାର୍ଥରେ ବିଜେପି ଯେଉଁ ଲଢ଼େଇ କରୁଛି ତାହା ସଇତାନର ବେଦପାଠ ଭଳି।

ଶ୍ରୀ ମିଶ୍ର ଯୁକ୍ତି ଦର୍ଶାଇଛନ୍ତି ଯେ ଏଫସିଆଇ କେନ୍ଦ୍ର ସରକାରଙ୍କ ଅଧିନରେ ରହିଛି। ଏଫ୍ସିଆଇ ଆଇନର ଧାରା ୧୩ ଅନୁସାରେ ଚାଷୀ ଯଦି ତାର ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରି କରିପାରିଲା ନାହିଁ ତେବେ ଏଫ୍ସିଆଇ କିଣି ନେବାପାଇଁ ବାଧ୍ୟ। କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ଚାଉଳ ଉଠାଉନଥିବା ବେଳେ ଏଠି ରାଜ୍ୟ ବିଜେପି ଚୋର ମଚାଏ ସୋର ଭଳି କାର୍ଯ୍ୟକ୍ରମ ଚଳାଇଛି। ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶ ଅଛି ନା ନାହିଁ ଏଫସିଆଇକୁ ଧାନ କିଣିବା ପାଇଁ? ଚାଷୀର ଧାନ ନକିଣିଲେ କ’ଣ ନଦୀରେ ଫିଙ୍ଗିବ? ବିଜେପିକୁ ଏଭଳି ପ୍ରଶ୍ନ କରି ଉତ୍ତର ଖୋଜିଛନ୍ତି ନରସିଂହ।