ନନ୍ଦିତା ମିଶ୍ର ହେଲେ କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରର କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ଭାବେ ଓଡ଼ିଆ ଝିଅ ନନ୍ଦିତା ମିଶ୍ର ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ରହିଛନ୍ତି। କର୍ପୋରେଟ ମନ୍ତ୍ରଣାଳୟକୁ ସରକାର ଏବେ ତାଙ୍କର ବଦଳି କରିଛନ୍ତି । ୧୯୯୩ ବ୍ୟାଚର ଆଇଇଏସ ହେଉଛନ୍ତି ନନ୍ଦିତା ମିଶ୍ର। ସେ ଡିଏମ ସ୍କୁଲ ଭୁବନେଶ୍ୱରରେ ପାଠ ପଢ଼ୁଥିଲେ। ଦେଶରେ ମାନ୍ଦା ଅବସ୍ଥା ଲାଗି ରହିଛି। ଏଭଳି ସ୍ଥିତିରେ ଆଗାମୀ ଦିନରେ ତାଙ୍କର ପରାମର୍ଶ ଦେଶର ଅର୍ଥନୀତିକୁ ସୁଦୃଢ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।