ନନ୍ଦପୁରରେ ଗୁଳିକାଣ୍ଡ, ଜଣେ ଗୁରୁତର

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ନନ୍ଦପୁର ଜିଲ୍ଲାରେ ଗୁରୁବାର ଗୁଳିକାଣ୍ଡ ହୋଇଥିବା ବେଳେ ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ବିଳମ୍ବିତ ରାତ୍ରିରେ ନନ୍ଦପୁର ବ୍ଲକ୍ ସିଲିଫଣ୍ଡିରେ ଥିବା ପଥର କ୍ରସର ନିକଟରେ ଗୁଳିକାଣ୍ଡ ହୋଇଛି। ଏଥିରେ କ୍ରସର ମ୍ୟାନେଜର ପ୍ରସାଦ ରାଏ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ କ୍ରସର ମ୍ୟାନେଜର ପ୍ରସାଦ ରାଏଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ଗୋଡ଼ରେ ୫ଟି ଗୁଳି ବାଜିଛି। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ପଥମେ କୋରାପୁଟ ଓ ପରେ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଏହି ଗୁଳିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ସେମାନଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି।