ମଙ୍ଗଳବାର ଖୋଲିବ ନନ୍ଦନକାନନ

  • ଭୁବନେଶ୍ୱର: ଆସନ୍ତା ମଙ୍ଗଳବାରଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ। ଅଳ୍ପ ସଂଖ୍ୟକ ପର୍ଯ୍ୟଟକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ। ସ୍ଥିତି ଅନୁଧ୍ୟାନ କରିବା ପରେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର ଏସମ୍ପର୍କରେ ସୂଚନା ଦେଇଛନ୍ତି। ହେଲେ କେତେକ କଟକଣା ମଧ୍ୟ ରହିଛି। ଯେପରି ଚିଡ଼ିଆଖାନା ଖୋଲିଲେ ବି ଭିତରେ ଥିବା ବ୍ୟାଟେରିଚାଳିତ ଗାଡ଼ି ଚାଲିବନି। ବୋଟିଂକୁ ମଧ୍ୟ ଅନୁମତି ମିଳିବ ନାହିଁ।