ନନ୍ଦନକାନନରେ ପଡ଼ିଲା ତାଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛିଦିନ ଭିତରେ ନନ୍ଦନକାନରେ ହରପିସ୍ ଭୂତାଣୁରେ ଆକ୍ରାନ୍ତ ହୋଇ ୪ଜଣ ହାତୀଙ୍କ ମୃତ୍ୟୁ ହୋଇଛି। ଏ ନେଇ କଂଗ୍ରେସ ବିଧାୟକ ସୁର ରାଉତଙ୍କ ନେତୃତ୍ୱରେ ବୁଧବାର ନନ୍ଦନକାନନ ସମ୍ମୁଖରେ ଆନ୍ଦୋଳନହୋଇଛି। ଏହି ପରିପ୍ରେକ୍ଷୀରେ ତାଙ୍କ ସହ ଶହ ଶହ କର୍ମୀମାନେ ଯୋଗଦେଇ ଧାରଣାରେ ବସିଛନ୍ତି। ଲଗାତାର ଭାବେ ନନ୍ଦନକାନନରେ ହାତୀ ମୃତ୍ୟୁ ହେଉଥିବାରୁ ଆଜି ଧାରଣା ହୋଇଛି।

ନିକଟରେ ଦାରୁଠେଙ୍ଗରୁ ଡମ୍ପିଂୟାର୍ଡ ରହିଛି ଫଳରେ ହାତୀମାନେ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏହାକୁ ସ୍ଥାନାନ୍ତରଣ କରିବାକୁ ଦାବି କରିଛନ୍ତି। ତେବେ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ନନ୍ଦନକାନନର ପ୍ରାଣୀଉଦ୍ୟନରେ କର୍ତ୍ତୃପକ୍ଷ ତାଲା ପକାଇଛନ୍ତି।