ମେ’ ୧ରୁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ମହାମାରୀକୁ ନେଇ ପ୍ରଶାସନ ଚିନ୍ତାରେ ରହିଥିବା ବେଳେ ଲକଡାଉନ ସଟଡାଉନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଶାସନ ପକ୍ଷରୁ ଆଉ ଏକ ନିଷ୍ପତ୍ତି ନିଆଯାଇଛି। ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ସହିତ ବଟାନିକାଲ ଗାର୍ଡେନ ବନ୍ଦ ରହିବ। ମେ’ ୧ରୁ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବଢ଼ୁଥିବାରୁ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।