ନନ୍ଦନକାନନକୁ ଆସିଲେ ୨ ନୂଆ ବନ୍ଧୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ରାଜ୍ୟ ବାହାରୁ ଗୁରୁବାର କାପୁଚିନ୍ ଓ ଗୁଣ୍ଡୁଚି ମାଙ୍କଡ ଆସିଛନ୍ତି। ଏହି ପ୍ରଜାତିର ଦୁଇ ପ୍ରାଣୀ ଚେନ୍ନାଇରୁ କିଣାଯାଇଛି। ଏମାନେ ଆସିବା ପରେ ଏବେ ନନ୍ଦନକାନନରେ ପ୍ରଜାତି ସଂଖ୍ୟା ୧୫୬କୁ ଛୁଇଁଛି। ଏହି ୨ ପ୍ରଜାତିର ମାଙ୍କଡ ନନ୍ଦନକାନନ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ବୋଲି ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।