ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନନର ପ୍ରାଣୀ ଉଦ୍ୟାନ ଅକ୍ଟୋବରରେ ଖୋଲିପାରେ। ଏନେଇ ବିଚାର ବିମର୍ଶ ଜାରି ରହିଛି ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍ ସୂଚନା ପ୍ରଦାନ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଏଥିସହିତ କୋଭିଡ ଗାଇଡଲାଇନକୁ ମଧ୍ୟ କଡ଼ାକଡ଼ି ପାଳନ କରାଯିବ ବୋଲି ଶ୍ରୀ ପଲ୍ କହିଛନ୍ତି।