ନନ୍ଦନକାନନକୁ ଶନିଦଶା, ଆଖିବୁଜିଲା ମହାବଳ ବାଘ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନକୁ ପଡିଛି ଏବେ ଶନିଦଶା। ସୁତାଖିରେ ଲଟକିଛି ଏଠାରେ ବନ୍ୟଜନ୍ତୁଙ୍କ ଜୀବନ। ହାତୀଙ୍କ କ୍ରମାଗତ ମୃତ୍ୟୁ ପରେ ମଂଗଳବାର ନନ୍ଦନକାନନରେ ଥିବା ଧଳା ମହାବଳବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି। ସେ ଗତ କିଛି ଦିନ ଧରି ଯକୃତ ରୋଗରେ ପୀଡିତ ହୋଇପଡିଥିଲା। ସେ କିଛି ଖାଦ୍ୟ ଗ୍ରହଣ କରୁଥିଲା।

ନନ୍ଦନକାନନରେ ମୃତ୍ୟୁ ହୋଇଥିବା ଧଳା ମହାବଳବାଘ ଶୁଭ୍ରାଂଶୁ

ତେବେ ଓୟୁଏଟିର ବିଶେଷଜ୍ଞଙ୍କ ଦ୍ୱାରା ତାର ଚିକିତ୍ସା ଚିଲିଥିଲା । ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନର ବାଘ ସଂଖ୍ୟା ୨୬ରୁ ୨୫କୁ ଖସିଆସିଛି। ବର୍ତ୍ତମାନ ନନ୍ଦନକାନନରେ ୧୨ ଅଣ୍ଡିରା ଓ ୧୩ଟି ମାଈ ବାଘ ଅଛନ୍ତି।