ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡ଼ିଶା ପୁଲିସ୍ ଦଳ ନନ୍ଦ ପଟ୍ଟନାୟକ ସ୍ମାରକୀ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାରେ ବିଜେତା ହୋଇଛି। ଫାଇନାଲ୍ରେ ଏହି ବୃତ୍ତିଗତ ଦଳ ୪-୧ରେ ନୀତା ଅମ୍ବାନି ଫୁଟ୍ବଲ୍ ଏକାଡେମିକୁ ପରାସ୍ତ କରିଥିଲା। ପୁଲିସ ଦଳ ପକ୍ଷରୁ ଜବାମଣି ଟୁଡୁ ( ୪୫ ଓ ୭୩ ମିନିଟ୍) ଦୁଇଟି, ସତ୍ୟବାଦୀ ଖାଡ଼ିଆ (୪୯ ମିନିଟ୍) ଏବଂ ଯଶୋଦା ମୁଣ୍ଡା (୬୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ଜବାମଣି ଟୁଡୁ ପ୍ରତିଯୋଗିତାର ଶ୍ରେଷ୍ଠ, ସସ୍ମିତା ପରିଡ଼ା ଗୋଲରକ୍ଷିକା, ନିକିତା ବିଶି ଶ୍ରେଷ୍ଠ ଡିଫେଣ୍ଡର୍, ଯଶୋଦା ମୁଣ୍ଡା ଶ୍ରେଷ୍ଠ ମିଡଫିଲ୍ଡର, ଗାୟତ୍ରୀ ବେହେରା ଶ୍ରେଷ୍ଠ ଫରୱାର୍ଡ, ଜୁଲି କିଶାନ ଶ୍ରେଷ୍ଠ ଖେଳାଳି, ଅଙ୍କିତା ନାୟକ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ବିଜେତା ଦଳକୁ ୨୦,୦୦୦ ଟଙ୍କା ସହ ଟ୍ରଫି ଏବଂ ଉପବିଜେତା ଦଳକୁ ୧୫,୦୦୦ ଟଙ୍କା ସହ ସିଲଡ୍ ପ୍ରଦାନ କରାଯାଇଥିଲା।
ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପାଲ୍, ରିଚି ନିର୍ଦେଶକ ରଶ୍ମି ସାହୁ, ପୁଲିସ କମାଣ୍ଡାଣ୍ଟ ବିଜୟ ସାହୁ, ବିଏଏ ସମ୍ପାଦକ ଡକ୍ଟର ଏସ୍ଆର୍ ପରିଜା, ଫୁଟ୍ବଲ୍ ସମ୍ପାଦକ ଦିଲୀପ ଦାସ, ଓଡ଼ିଶା ଏଫସିର ରଣଦୀପ ବରୁଆ, ପୂର୍ବତନ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୀତାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତିି, ଭକ୍ତବଲ୍ଲଭ ଦାସ, ସ୍ବର୍ଗତ ନନ୍ଦ ପଟ୍ଟନାୟକଙ୍କ ପତ୍ନୀ ସଞ୍ଜୁ ପଟ୍ଟନାୟକ, ଆୟୋଜକ ସିଟି କ୍ଲବ୍ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।