ଦୁଇ ଦିନିଆ ଗସ୍ତରେ କୋଲକାତା ପହଞ୍ଚିଲେ ନଡ୍ଡା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨ ଦିନିଆ ଗସ୍ତରେ କୋଲକାତା ପହଞ୍ଚିଛନ୍ତି। ନଡ୍ଡା କୋଲକାତାରେ ବିଜେପି ଅଫିସ ପହଞ୍ଚିବା ପରେ କିଛି ବାହାରେ ହଙ୍ଗାମା କରିବା ସହ ‘ଗୋ ବ୍ୟାକ’ର ନାରା ଦେଇଥିଲେ। ପଶ୍ଚିମବଙ୍ଗରେ ବିଜେପିର ପାର୍ଟି ଖୁବ୍ ଦ୍ରୁତ ଗତିରେ ବିସ୍ତାର ହେବାରେ ଲାଗିଛି। ଆଉ ଏହାକୁ ଆହୁରି ବଢ଼ାଇବା ପାଇଁ ନଡ୍ଡା ୯ଟି ଜିଲ୍ଲାରେ ପାର୍ଟି କାର୍ଯ୍ୟାଳୟ ଭର୍ଚୁଆଲ ଉଦଘାଟନ କରିଛନ୍ତି।

ଗତବର୍ଷ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ଶାନଦାର ପ୍ରଦର୍ଶନ କରିଥିଲା। ଆଉ ଏହାର ପ୍ରଭାବ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ବିଜେପି ଆଶା ରଖିଛି। ପଶ୍ଚିମବଙ୍ଗରେ ଆଗାମୀ ବର୍ଷ ମେ’ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ ବ୍ୟତୀତ ଆସାମ, କେରଳ, ପୁଡ଼ୁଚେରୀ ଓ ତାମିଲନାଡ଼ୁରେ ମଧ୍ୟ ବିଧାନସଭା ନିର୍ବାଚନ ଆୟୋଜିତ ହେବ ।