ନବରଙ୍ଗପୁର,ଏନ୍ଏନ୍ଏସ୍ : ଲକଡାଉନ୍ ଯୋଗୁଁ ରାଜ୍ୟ ବାହାରେ ଫସି ରହିଥିବା ନବରଙ୍ଗପୁର ଜିଲ୍ଲାର ଯୁବକ ଯୁବତୀଙ୍କ ଲୋମଟାଙ୍କୁରା କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଛି। ଜିଲ୍ଲା କଂଗ୍ରେସ ଯୋଗୁଁ ନିଜ ଜନ୍ମମାଟିରେ ପହଁଞ୍ôଚଲୁ ବୋଲି କର୍ଣ୍ଣାଟକ ରାଜ୍ୟରେ କମ୍ପାନୀ କାମ କରୁଥିବା ଯୁବକଯୁବତୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ନବରଙ୍ଗପୁରର କିଛି ଯୁବକଯୁବତୀ କର୍ଣ୍ଣାଟକରେ ଟେଲରିଂ ଓ ପେଣ୍ଟିଂ କମ୍ପାନୀରେ କାମ କରୁଥିଲେ।
ଲକଡାଉନ୍ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିଲା। ଫଳରେ ଆଉ କମ୍ପାନୀ ଟଙ୍କା ଦେଲା ନାହିଁ। ନିଜ ଜନ୍ମମାଟି ଫେରିବାକୁ ସମସ୍ତଙ୍କୁ ଯୋଗାଯୋଗ କଲୁ। କିନ୍ତୁ କୋଣସି ସୁଫଳ ମିଳିଲା ନାହିଁ। ଶେଷରେ ଆମଘର ଲୋକେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଭେଟି ସମସ୍ତ ସମସ୍ୟା ଅବଗତ କରାଇଲେ ବୋଲି ପଜାରୀଗୁଡ଼ାରେ କବିତା ନାୟକ ପ୍ରକାଶ କରିଛନ୍ତି। ତା’ପରେ ଗତମାସ ୨୮ ତାରିଖରେ ଆମେ ବାହାରି ଆସିଥିଲୁ। କିନ୍ତୁ କର୍ଣ୍ଣାଟକ ଷ୍ଟେସନରେ ପୁଲିସର ଲାଠିମାଡ଼ ବ୍ୟଥିତ କରିଥିଲା ବୋଲି କୋଷାଗୁମୁଡ଼ାର ଭାରତୀ ମାଝୀ କହିଛନ୍ତି। ପରେ କଂଗ୍ରେସ ସହାୟତାରେ ଆମକୁ ଟ୍ରେନ ଟିକେଟ ହୋଇଥିଲା।
କର୍ଣ୍ଣାଟକରୁ ରାୟଗଡ଼ା ପର୍ଯ୍ୟନ୍ତ ଟ୍ରେନଯୋଗେ ଆସି ରବିବାର ପହଁଞ୍ôଚଥିଲୁ। ରାୟଗଡ଼ାରୁ ବସ୍ ଯୋଗେ ନବରଙ୍ଗପୁର ଠାରେ ସୋମବାର ସକାଳେ ପହଞ୍ôଚଥିବା ଚିଲିକାର ରାଜୁ ହରିଜନ, ହେମଧର ହରିଜନ କହିଛନ୍ତି। ଖବର ପାଇ ପୂର୍ବତନ ସାଂସଦ ପ୍ରଦୀପମାଝୀ ଉତ୍ତମ ତ୍ରିପାଠୀ ଓ ଅବଦୁଲ ଫିରୋଜଙ୍କ ହାତରେ ପାଣି ବୋତଲ ଓ ସୁଖିଲା ଖାଦ୍ୟ ପଠାଇଥିବା ପ୍ରବାସୀମାନେ ପ୍ରକାଶ କରିଛନ୍ତି। ଜିଲ୍ଲାର ପ୍ରବେଶ ପଥରେ ଡାକ୍ତର ନିଖିଲ ପଣ୍ଡା ଓ ଡଃ ହିମାଂଶୁ ମିଶ୍ର ସେମାନଙ୍କର ର୍ଥମାଲ ସ୍କ୍ରିନିଂ କଲାପରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।