ମିଳୁନି ପୁଷ୍ଟିକର ଖାଦ୍ୟ, ରକ୍ତହୀନତାର ଶିକାର ହେଲେ ଗର୍ଭବତୀ

ନବରଙ୍ଗପୁର,ଚନ୍ଦାହାଣ୍ଡି,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଲୁହାବାହେଲି ଗ୍ରାମର ଜଣେ ୬ମାସର ଗର୍ଭବତୀ ରକ୍ତଦୀନତାର ଶିକାର ହୋଇ ମରଣସହ ସଂଗ୍ରାମ କରୁଛନ୍ତି। ପ୍ରକାଶ ଯେ, ଏହି ଗ୍ରାମର ପିତାମ୍ବର ଟୋଳଟିଆଙ୍କ ପତ୍ନୀ ଗୋମତୀ ବିଶି(୩୦) ୬ମାସର ଗର୍ଭବତୀ ହୋଇଥିବା ସତ୍ତେ୍ୱ ତାଙ୍କୁ ସ୍ୱାସ୍ଥ୍ୟକାର୍ଡ ଦିଆଯାଇନାହିଁ। ଅନ୍ୟପକ୍ଷରେ ଅଙ୍ଗନବାଡି ତରଫରୁ ଗର୍ଭବତୀମାନଙ୍କୁ ଅଣ୍ଡା, ଛତୁଆ, ବଟିକା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଅଙ୍ଗନବାଡି ଦିଦି ସେସବୁ ତାଙ୍କୁ ଦେଉନାହାଁନ୍ତି। ସେହିପରି ଗର୍ଭବତୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଓ ପରାମର୍ଶ ଦେଇ ଡାକ୍ତର ପାଖକୁ ନେବାପାଇଁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଆଶାକର୍ମୀ ଦିନେ ହେଲେ ତାଙ୍କ ପାଖକୁ ଯାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତିି। ଆଜି ଗୋମତୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସଂଗ୍ରାମ କେଶରୀ ସାହୁ ଧର୍ମଗଡ ହସ୍ପିଟାଲକୁ ପଠାଇଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିହେଇ ପଦକ୍ଷେପ ନେବାକୁ ଦାବି ହୋଇଛି।