ସର୍ବାଧିକ ଲୋକଙ୍କୁ କାମ ଯୋଗାଇଛନ୍ତି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ

ନବରଙ୍ଗପୁର, ଏନ୍ଏନ୍ଏସ୍ : ନବରଙ୍ଗପୁର ଜଳ ବିଭାଜିକା, ମୃତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ପି କେ ନାୟକ ସମଗ୍ର ରାଜ୍ୟରେ ପ୍ରଥମ ଅଫିସର ଭାବେ ପୁରସ୍କୃତ ହେବାସହ ସାତ ଜଣ କର୍ମଚାରୀ ମଧ୍ୟ ପୁରସ୍କାର ପାଇଛନ୍ତି । ଭୁବନେଶ୍ୱର ଠାରେ କୃଷି ଓଡିଶା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଅଶୋକ କୁମାର ପଣ୍ଡା , ପିଡି. ଶ୍ରୀ ନାୟକଙ୍କୁ ପୁରସ୍କୃତ କରିଛନ୍ତି । ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଚଳିତ ଆର୍ଥିକ ବର୍ଷରେ ବେଷ୍ଟ ପରଫର୍ମର ଅଫିସର ଭାବେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସର୍ବାଧିକ ୩୭ କୋଟି ଟଙ୍କା ଖର୍ଚ୍ଚ କରି ସର୍ବାଧିକ ତେରଲକ୍ଷ ବାଇଶି ହଜାର ଲୋକଙ୍କୁ କାମ ଯୋଗାଇଛନ୍ତି । ଯାହା ସମଗ୍ର ରାଜ୍ୟରେ ପ୍ରଥମ । ଲାଇନ ଡିପାର୍ଟମେଣ୍ଟ ଯଥା ଉଦ୍ୟାନ ବିଭାଗ, ଜଙ୍ଗଲ, କୃଷି ବିଭାଗ, ଆଦିବାସୀ ଉର୍ନ୍ନୟନ ସଂସ୍ଥା ଆଦି କୁ ପଛରେ ପକାଇ ୨୦୨୦-୨୦୨୧ ରେ ରାଜ୍ୟରେ ପ୍ରଥମ ହୋଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି ଜିଲ୍ଲାରେ ଚେକ ଡ୍ୟାମ, ଫାର୍ମ ପଣ୍ଡ, ବିଭିନ୍ନ କମ୍ୟୁନିଟିକୁ ନେଇ ଯେଉଁସବୁ କାମ କରୁଛନ୍ତି ସେଗୁଡିକ ଉତ୍ସାହଜନକ।