ମା’ ସମଲେଇଶ୍ୱରୀଙ୍କ ଠାରେ ଲାଗିଲା ନବାନ୍ନ ଭୋଗ

ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଶ୍ୱରୀ ଙ୍କ ଠାରେ ଲାଗିଲା ନବାନ୍ନ , ଉତ୍ସାହ ଉଦ୍ଦୀପନା ସହକାରେ ପାଳିତ ହେଉଛି କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ବରଗଡ଼-ଉତ୍ସାହ ଉଦ୍ଦୀପନା ସହକାରେ ବରଗଡ଼ ଜିଲ୍ଲାରେ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳିତ ହେଉଛି । ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଶ୍ୱରୀଙ୍କ ପୀଠରେ ସୋମବାର ନିଶାର୍ଦ୍ଧ ପରେ ମଙ୍ଗଳବାର ସକାଳ ହେବା ପୂର୍ବରୁ ମନ୍ଦିର ଝାଙ୍କର ମା ଙ୍କ ଠାରେ ନବାନ୍ନ ଅର୍ପଣ କରିଥିଲେ । ବରଗଡ଼ ସମଲେଇଶ୍ୱରୀ ମନ୍ଦିରର ପରମ୍ପରା ଅନୁସାରେ ମା ଙ୍କ ଠାରେ କେତେବେଳେ ନବାନ୍ନ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମା ଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯାଏ । ଭାଦ୍ରବ ଶୁକ୍ଳ ପଞ୍ଚମୀ ସିଂହ ୧୮ ଦିନ ତୁଲା ଲଗ୍ନ ପୂର୍ବାହ୍ଣ ୯ ଟା ୨୮ ମିନିଟ ଗତେ ୧୦ ଟା ୨୭ ମିନିଟ ମଧ୍ୟରେ ବରଗଡ଼ବାସୀ ନିଜ ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ କରି ନୂଆଖାଇ ଥିଲେ । ନୂଆଖାଇ ପାଇଁ ସବୁଆଡେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ସନ୍ଧ୍ୟାରେ ଵିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ୟ୍ୟକ୍ରମମାନ ଆଯୋଜନ କରାଯିବ ।