ବିକ୍ରମକୁ ନାସାର ହ୍ୟାଲୋ ମେସେଜ

ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ନାସା ପକ୍ଷରୁ ବିକ୍ରମକୁ ହ୍ୟାଲୋ ମେସେଜ ପଠାଯାଇଛି। ଇସ୍ରୋ ସହ ନାସା ବି ବ୍ରିକମ ଲାଣ୍ଡର ସହ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ରେଡ଼ିଓ ଫ୍ରିକ୍ୟୋନ୍ସି  ଦ୍ୱାରା ନାସା ବିକ୍ରମ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି । ୭ ସେପ୍ଟେମ୍ବରରେ ଇସ୍ରୋର ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏଥିରେ ଇସ୍ରୋ ହାର ନମାନି ବ୍ରିକମ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ଚଳାଇଛି। ଏହି ପରିପ୍ରେକ୍ଷୀରେ ନାସା ମଧ୍ୟ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ହ୍ୟାଲୋ ମେସେଜ ପଠାଇଛି ।

ନିଜର ଅନ୍ତରୀକ୍ଷ ଗ୍ରାଉଣ୍ଡନେଟ୍‌ୱର୍କ ଜରିଆରେ ନାସାର ଜେଟ୍ ପ୍ରୋପଲସନ ଲାବୋରଟେରୀଜେପିଏଲ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ ପାଇଁ ବିକ୍ରମକୁଏକ ରେଡିଓ ଫ୍ରିକ୍ୟୋନ୍ସି ପଠାଇଛି । ସୂଚନା ଅନୁସାରେ ନାସା ଡିପ ସ୍ପେଶ ନେଟ୍‌ୱର୍କ ଜରିଆରେ ଏହି ସମ୍ପର୍କ ସ୍ଥାପିତ କରିବା ପାଇଁ ଉଦ୍ୟମ କରିଛିି । ଏଥିପାଇଁ ଇସ୍ରୋ ମଧ୍ୟ ସହମତି ପ୍ରକାଶ କରିଛି । ଯଦି ବିକ୍ରମ ସହ ନାସାର ସମ୍ପର୍କ ସ୍ଥାପିତ ହୋଇଯାଉଛି, ତାହାହେଲେ ଲ୍ୟାଣ୍ଡର ଓ ରୋବର କାମ ଆରମ୍ଭ କରିଦେବ । ଏହାଦ୍ୱାରା ଭାରତର ଅନ୍ତରୀକ୍ଷ ଅଭିଯାନକୁ ଶହେ ପ୍ରତିଶତ ସଫଳତା ମିଳିପାରିବ । ‘ବିକ୍ରମ’ ସହ ଇସ୍ରୋର ଯୋଗାଯୋଗ ହୋଇଗଲେ ଭାରତର ଚନ୍ଦ୍ର ଅଭିଯାନ ୧୦୦ପ୍ରତିଶତ ସଫଳ ହେବାର ସମ୍ଭାବନା ରହିଛି ।