ରହସ୍ୟମୟୀ କନ୍ୟା ରିୟାନା

ଆମଜନ୍ ପ୍ରାଇମରେ ଦେଖିପାରିବେ ମ୍ୟାଟ୍ସ ଏଣ୍ଟରଟେନମେଣ୍ଟ୍ ଆଣ୍ଡ୍ ଷ୍ଟେପ୍ ବାଇ ଷ୍ଟେପ୍ ଫିଲ୍ମ ନିବେଦିତ ହରର ଓ ଥ୍ରିଲର ଫିଲ୍ମ ‘ଆଇ ନୋ ୟୁ’।

ଏହି ଫିଲ୍ମରେ ଓଡିଆ ଝିଅ ରିୟାନା ଶୁକ୍ଲା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହ ଅଖିଲେଶ ବର୍ମା ଓ ମୁଜାହିଦ୍ ଖାନ୍ ଲିଡ୍ ରୋଲରେ ନଜରକୁ ଆସିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜୟବୀର ପଙ୍ଘଲ ଓ ଡୀନ୍ ମହମ୍ମଦ ମ୍ୟୁଜିକ୍ ଦେଇଛନ୍ତି।

ସିଲିଭର ସିଟି ଗାର୍ଲ ରିୟାନା ଏହି ଫିଲ୍ମରେ ‘ଅନାମିକା’ ଚରିତ୍ରରେ ଅଭିନୟ କରିଛନ୍ତି। ବଲିଉଡରେ ନିଜର କ୍ୟାରିୟର କରିବା ପାଇଁ ତାଙ୍କୁ ପରିଶ୍ରମ କରିବାକୁ ପଡେ। ଅନାମିକା ତାଙ୍କ ସାଙ୍ଗମାନଙ୍କ ସହିତ ଗୋଟିଏ ସୁନ୍ଦର ସ୍ଥାନକୁ ଛୁଟି ମନାଇବାକୁ ଯାଆନ୍ତି।

ସେଠାରେ ଥିବା ଏକା ଫାର୍ମ ହାଉସ୍ ରେ ଫେଣ୍ଡ୍ ମାନଙ୍କ ସହ ପାର୍ଟି ଓ ଏଣ୍ଟରଟେନ୍ ଚାଲେ। ଆଉ ସେହିଠାରୁ ଆରମ୍ଭ ହୁଏ ଏକ ରହସ୍ୟମୟ କାହାଣୀ। ଯାହା ଅତ୍ୟନ୍ତ ଭୟଙ୍କର ଅଟେ। ଏପରି ଏକ ମିଷ୍ଟ୍ରିକୁ ନେଇ କାହାଣୀ ଗତିଶୀଳ ହୋଇଛି।