ସପ୍ତାହକୁ ୭ ଦିନ ଏଣିକି ଗଡ଼ିବ ‘ମୋ ବସ୍’

ନୂଆଦିଲ୍ଲୀ: ସପ୍ତାହକୁ ୭ ଦିନ ଏଣିକି ‘ମୋ ବସ୍’ ଚଳାଚଳ କରିବ। ଅଧିକ ଡିମାଣ୍ଡରେ ଥିବା ୮ଟି ରୁଟ୍ ଯଥା ୧୧, ୧୬,୧୮, ୨୦, ୨୩, ୨୪, ୨୫ରେ ‘ମୋ ବସ୍’ ଚାଲିବ। ଏହି ସମୟରେ ଯାତ୍ରୀ ମାସ୍କ ପିନ୍ଧିବେ, ଛିଡ଼ା ହୋଇ ଯାଇପାରିବେନି ଓ ଡିଜିଟାଲ ପେମେଣ୍ଟ ଜରିଆରେ ଭଡ଼ା ଦେବେ। ଏଥିସହିତ ଆସନ୍ତାକାଲିଠାରୁ ୨୪ଟି ରୁଟରେ ଓଏସଆରଟିସି ବସ୍ ଚଳାଚଳ କରିବ। ଏନେଇ କ୍ରୁଟ ତଥା ଓଏସଆରଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।