ଜିନ୍ ହ୍ୱା- ୩୨କୁ ଉଦ୍ଧାର କରିବା ପାଇଁ ସିଙ୍ଗାପୁରରୁ ଆସିଲା ଏମ୍‌ଭି-ଚିତା

ଚିଲିକା,ଏନ୍ଏନ୍ଏସ୍: ଚିଲିକା ନିକଟ ରାଜହଂସରେଅଟକିଥିବା ମାଲେସିଆ ଜାହାଜ ଜିନ୍ ହ୍ୱା– ୩୨କୁ ଉଦ୍ଧାର କରିବା ପାଇଁ ରବିବାର ସିଙ୍ଗାପୁରରୁ ଏମ୍‌ଭି-ଚିତା ଜାହାଜ ପହଞ୍ଚିଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ମାଲେସିଆରୁ ଏକ ଜାହାଜ ଜିନ୍ ହ୍ୱା– ୩୨ ପ୍ରାୟ ୪୦ଦିନ ହେବ ଚିଲିକାର ରାଜହଂସ ଠାରେ ଅଚଳ ଅବସ୍ଥାରେ ପଡ଼ିରହିଛି

ପୂର୍ବରୁ ଏଥିରେ ଥିବା ୧୩ ହଜାର ଲିଟର ତେଲ ଚିଲିକା ଜଳରେ ମିଶି ଜୈବ ବିବିଧତା ପ୍ରତି ସଂକଟ ସୃଷ୍ଟି କରିବା ଆଶଙ୍କାରେ ରାଜ୍ୟ ସରକାର ଏଥିରୁ ତେଲ କାଢ଼ି ଥିଲେ। ତେବେ ଆଜି ଏହି ଜାହାଜକୁ ପାଣିରୁ କାଢ଼ିବା ପାଇଁ ସିଙ୍ଗାପୁରରୁ ଏମଭି-ଚିତା ଆସିଛି।