ସୁପ୍ରିମକୋର୍ଟ ମାମଲାରେ ସନ୍ତୁଷ୍ଟ ନୁହଁନ୍ତି ମୁସଲିମ

ନୂଆଦିଲ୍ଲୀ,ଏଜେନ୍ସି: ସୁପ୍ରିମକୋର୍ଟ ପକ୍ଷରୁ ଅଯୋଧ୍ୟା ଜମି ବିବାଦରେ ଶନିବାର ଦିଆଯାଇଥିବା ଐତିହାସିକ ରାୟରେ ମୁସଲମାନ ପକ୍ଷ ସନ୍ତୁଷ୍ଟ ନଥିବା ଜଣାଯାଇଛି। ତେବେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ଅଯୋଧ୍ୟା ଜନ୍ମଭୂମୀର ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଣି କରିଥିବାବେଳେ ଏହି ଜାଗାକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ୫ଏକର ଜମି ଦେବାକୁ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ରାୟରେ ମୁସଲିମ ପକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, କୋର୍ଟ ସମସ୍ତ ଜମି ପ୍ରତିପକ୍ଷଙ୍କୁ ଦେଇ ଦେଇଛନ୍ତି। ଏଥିରେ ଆମେ ସନ୍ତୁଷ୍ଟ ନାହୁଁ। କୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ କରିବୁ କି ନାହିଁ ସେ ନେଇ ବିଚାର କରିବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ମୁସଲିମ ପକ୍ଷ ଓକିଲ ଜାଫରୟାନ ଜିଲାନି ସୂଚନା ଦେଇଛନ୍ତି।