ଆଣ୍ଟିଜେନ ଟେଷ୍ଟରେ ମୂଷାଖରୀ ପଞ୍ଚାୟତର ମହିଳା ସରପଞ୍ଚ କରୋନା ପଜିଟିଭ ଚିହ୍ନଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତର ମହିଳା ସରପଞ୍ଚ ଭମାମଣି ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ପଞ୍ଚାୟତର ୫ଜଣଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିବାବେଳେ ୪ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବା ପରେ ୨ଜଣଙ୍କୁ କେନ୍ଦୁଝର ରାଙ୍କିସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସରପଞ୍ଚଙ୍କ ସମେତ ଜଣେ ଯୋଦ୍ଧା କରୋନାରେ ସଂକ୍ରମିତ ହେବା ପରେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଅନ୍ୟପଟେ ସରପଞ୍ଚ ନିଜେ ପିଜିଟିଭ ଚିହ୍ନଟ ହେବା ପରେ ମୂଷାଖରୀ ଗ୍ରାମ ସମେତ ପଞ୍ଚାୟତ କାର୍ୟ୍ୟାଳୟକୁ ୫ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।