ସାନଭାଇକୁ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେସୁବଳୟା ଥାନା ଅନ୍ତର୍ଗତ କୁଇପାଣି ଗ୍ରାମର ପ୍ରଦୀପ ବିଶ୍ୱାଳ(୪୫)ଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ବଡ଼ଭାଇ ଦିଲ୍ଲୀପ ବିଶ୍ୱାଳସାନଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ କୁଇପାଣି ଗାଁ’ଠାରୁ ୫୫ କିଲୋମିଟର ଦୂରଖଣ୍ଡାହତାରେ ପ୍ରଦୀପ ବିଶ୍ୱାଳଙ୍କ ଏକ ଔଷଧ ଦୋକାନ ରହିଛି। ସବୁଦିନ ଭଳି ଗତକାଲି ମଧ୍ୟ ସେ ରାତି ୯ଟାରେ ଦୋକାନ ବନ୍ଦ କରି ନିଜ ବାଇକ୍ ନଂ- ଓଆର ଘରକୁ ଫେରୁଥିଲେ। ରାସ୍ତାରେ ଏକ ଜଙ୍ଗଲ ପଡ଼େ। ଏହି ସମୟରେ ଜଙ୍ଗଲରେ କେହି ତାଙ୍କ ପଛ ପଟୁ ଆକ୍ରମଣ କରିବାରୁ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ତେବେ ସାଢ଼େ ୯ଟା ପର୍ଯ୍ୟନ୍ତ ପ୍ରଦୀପ ଘରକୁ ନଆସିବାରୁ ଘରଲୋକେ ତାଙ୍କୁ ଖୋଜିବାକୁ ଆସି ଜଙ୍ଗଲରେ ପ୍ରଦୀପ ପଡ଼ିଥିବା ଦେଖିଥିଲେ। ପରେ ତାଙ୍କର ମୃତ ହୋଇଥିବା ଜଣାପଡ଼ିଛି।