ଯୁବକଙ୍କୁ କୁରାଢ଼ିରେ ହାଣି ହତ୍ୟା

କେନ୍ଦୁଝର, ଏନ୍ଏନ୍ଏସ୍: ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତ ରୁଗୁଡ଼ିସାହିରେ ଜଣେ ଯୁବକଙ୍କୁ କୁରାଢ଼ିରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ନୟାକୋଟ ପୋଲିସ ହତ୍ୟାକାରୀକୁ ଗିରଫ କରିଛି। ପ୍ରକାଶ ଯେ, ବୁଧବାର ସକାଳେ ରୁଗୁଡ଼ିସାହିର ଦାମୋଦର ମୁଣ୍ଡା(୩୨) ବିଲକୁ ହଳ ଲଙ୍ଗଳ ଧରି ଯାଉଥିବାବେଳେ ସେହି ଗ୍ରାମର ମତେ ମୁଣ୍ଡା(୪୨) ହଠାତ୍ ଦାମୋଦରଙ୍କ ମୁଣ୍ଡ ପଛପଟକୁ କୁରାଢ଼ିରେ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦାମୋଦରଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ମତେ ମୁଣ୍ଡା ଫେରାର୍ ହୋଇଯାଇଥିଲା। ଖବରପାଇ ନୟାକୋଟ ପୋଲିସ  ତଦନ୍ତ କରି ହତ୍ୟାକାରୀକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ି ଜବତ କରିଥିଲା। ନୟାକୋଟ ପୋଲିସ ମାମଲା ରୁଜୁ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।