ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବେଶ କିଛିଦିନର ନିରବତା ପରେ ରାଜଧାନୀରେ ହତ୍ୟାକାଣ୍ଡ ଘଟିଛି। ପୂର୍ବ ବିବାଦକୁ ନେଇ ମଞ୍ଚେଶ୍ୱର ଥାନା ଗାଢକଣରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ମୃତକ ଜଣକ ଗାଢକଣ ଗାଁର ନଣ୍ଡା ଓରଫ ଦୀପକ ବେହେରା। ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ନଣ୍ଡା ଗାଁ ଛକରେ ଥିବା ଜଳଖିଆ ଦୋକାନକ୍ନ୍ କରି ଘରକୁ ଫେରୁଥିଲେ। ରଙ୍ଗମାଟିଆ ସାହୁକମ୍ପେ୍ଲକ୍ସ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ ଜୀବନ ବଞ୍ଚାଇବାକୁ ଦୌଡିଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ନଣ୍ଡା ଗୁରୁତର ଆହତ ହୋଇ ତଳେ ପଡିଯିବା ପରେ ଆତତାୟୀମାନେ ଫେରାର ହୋଇଯାଇଥିଲେ।

ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଗାଁ ବିବାଦକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ଅପରପକ୍ଷରେ ଏହି ଘଟଣାରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।