ରାଜଧାନୀରେ ଚାଞ୍ଚଲ୍ୟ: ମନ୍ଦିର ସାମ୍ନାରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀରେ ପୁଣି ହତ୍ୟା। ଭୁବନେଶ୍ୱର ସ୍ଥିତ ଘାଟିକିଆ ହନୁମାନ ମନ୍ଦିର ନିକଟରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ଆଜି ସକାଳେ ରାଜଧାନୀ ଉପକଣ୍ଠ ଘାଟିକିଆ ହନୁମାନ ମନ୍ଦିର ନିକଟରେ ଜଣେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ ହୋଇଛି । ସ୍ଥାନୀୟଲୋକେ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଦୀର୍ଘଦିନ ଧରି ଗଛରେ ମୃତଦେହଟି ଝୁଲି ରହିଥିବା ଅନୁମାନ କରାଯାଉଛି । ଏନେଇ ପୁଲିସ ଛାନଭିନ ଆରମ୍ଭ କରିଛି। ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।