ସ୍ତ୍ରୀକୁ ମାରି ଅଖାରେ ଫିଙ୍ଗିଲା ସ୍ୱାମୀ !

ଭଞ୍ଜନଗର, ଏନ୍ଏନ୍ଏସ୍ : ସ୍ତ୍ରୀକୁ ମାରି ଅଖାରେ ଫିଙ୍ଗିଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି, ଗଞ୍ଜାମ ଜିଲ୍ଲା ତାରା ସିଂ ଥାନା ଅଂଚଳରେ। କାଳିଆମ୍ବ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଏକ ଅଖାରେ ପଶିଥିବାବେଳେ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଭଗବାନପୁର ଗ୍ରମାର ବୋଲି ଜଣାପଡ଼ିଛି। ଶବକୁ ଚିହ୍ନଟ କଲେ ମହିଳାଙ୍କ ମା’। ଶବ ଚିହ୍ନଟ ସହ ମହିଳାଙ୍କ ମା’ ଥାନାରେ ଆଣିଲେ ହତ୍ୟା ଅଭିଯୋଗ। ପାରିବାରିକ କଳହରୁ ସ୍ୱାମୀ ହତ୍ୟା କରି ଫିଙ୍ଗିଥିବା ଅଭିଯୋଗ ହୋଇଛି। ଗତ ଅପ୍ରେଲ ୨୭ତାରିଖରେ ପାଣିକେଶୀ ଗା’ରେ ମହିଳାଙ୍କ ବିବାହ ହୋଇଥିଲା।